ସିରିଜ ହାସଲ ଲକ୍ଷ୍ୟରେ ଭାରତ

0

ନୂଆଦିଲ୍ଲୀ: ଆଜି (ମଙ୍ଗଳବାର) ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ 7 ୱିକେଟରେ ହରାଇବା ପରେ ଦ୍ବିତୀୟ ମ୍ୟାଚକୁ କବଜା କରିବା ଲକ୍ଷ୍ୟରେ ଭାରତ । ଆଜିର ମ୍ୟାଚକୁ କବଜା କରି ସିରିଜ ହାତେଇବାକୁ ପ୍ରୟାସ କରିବ ଧାୱନଙ୍କ ଦଳ ।

ଅନ୍ୟପଟେ ଘରୋଇ ଦଳ ଶ୍ରୀଲଙ୍କା ପାଇଁ ଆଜି କର ବା ମର ପରିସ୍ଥିତି ସହ ସମାନ । ସିରିଜକୁ ଫେରିବାକୁ ହେଲେ ଶ୍ରୀଲଙ୍କାକୁ ବିଜୟ ନିହାତି ଆବଶ୍ୟକ । ଏ ନେଇ ଦଳକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡଂ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ଭାରତର ବ୍ୟାଟିଂ ବିଭାଗ ବେଶ ସୁଦୃଢ ରହିଛି । ତେଣୁ ପ୍ରଥମେ ବ୍ୟାଟିଂ କଲେ ଏକ ବିଶାଳ ସ୍କୋର କରିବାକୁ ପଡିବ ।ପ୍ରେସଦାସା ଷ୍ଟାଡିୟମର ପିଚ ବ୍ୟାଟିଂ ପାଇଁ ଭଲ ଥିବାରୁ ଅତି କମରେ 300 ରନ କରିବା ଜରୁରୀ । ସିରିଜରେ ତିଷ୍ଠିବାକୁ ହେଲେ ଶ୍ରୀଲଙ୍କାକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ପ୍ରଥମ ମ୍ୟାଚରେ ବିଫଳ ହୋଇଥିବା ଇସୁରୁ ଉଦାନାଙ୍କ ସ୍ଥାନରେ ଲାହିରୁ କୁମାରଙ୍କୁ ସ୍ଥାନ ମିଳିଛି । ଭାରତୀୟ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସବୁ ଖେଳାଳି ଫର୍ମରେ ଅଛନ୍ତି । ପ୍ରଥମ ଦିନିକିଆକୁ ଜିତିବା ପରେ ଦ୍ବିତୀୟ ଦିନିକିଆକୁ କବଜା କରିବା ଲକ୍ଷ୍ୟ ରଖିଛି ଧାୱନ ବାହିନୀ ।

Leave A Reply

Your email address will not be published.

12 + 19 =