ସିରିଜ କବଜା କଲା ଭାରତ

0

ନୂଆଦିଲ୍ଲୀ: ଭାରତର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡାଇ ଆଣିଲା ଟିମ ଇଣ୍ଡିଆ । ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ଦ୍ବିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ଚହର ଅପରାଜିତ 69ରନ ସଂଗ୍ରହ କରିଛନ୍ତି ।

ଟସ ଜିତି ଶ୍ରୀଲଙ୍କା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହା ପରେ ଦଳର ଦୁଇ ଓପନର ଅଭିଷ୍କ ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା ପଡିଆକୁ ଓହ୍ଲାଇଥିଲେ। ଦୁଇଜଣ ଲଢୁଆ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୭୭ରନ ବେଳେ ଚହଲ ୨ଟି ୱିକେଟ ହାତେଇ ରୋମାଞ୍ଚ ଖେଳାଇ ଦେଇଥିଲେ । ବ୍ୟକ୍ତିଗତ ୩୬ ରନ କରି ପ୍ରଥମେ ଆଉଟ ହୋଇଥିଲେ । ଶ୍ରୀଲଙ୍କାର ଆସାଲଙ୍କା ସର୍ବାଧିକ ୬୫ ରନ କରିଛନ୍ତି । ଭାରତ ପକ୍ଷରୁ ଚହଲ ଓ ଭୁବନେଶ୍ବର କମାର ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ୨ଟି ୱିକେଟ ନେଇଛନ୍ତି । ୫୦ ଓଭରରେ ୯ ୱିକେଟ ହରାଇ ୨୭୫ ରନ କରିଥିଲା । ଭାରତରୁ ୨୭୬ ବିଜୟ ଲକ୍ଷ୍ୟ ଦେଇଥିଲା ଶ୍ରୀଲଙ୍କା ।

Leave A Reply

Your email address will not be published.

one × five =