ତାଲିବାନ ସରକାରକୁ ମାନିବନି ଭାରତ

0

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ୍ ସରକାରକୁ ମାନ୍ୟତା ଦେବ ନାହିଁ ବୋଲି ସ୍ପଷ୍ଟକରିଛି ଭାରତ । ତାଲିବାନ୍‌ର ନୂଆ ସରକାରକୁ ଏକ ବ୍ୟବସ୍ଥା ଛଡା ଆଉ କିଛି ମାନିବୁ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ।  ତାଲିବାନ ସରକାରରେ ସବୁ ବର୍ଗଙ୍କୁ ସମାନ ଅଧିକାର ମିଳିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ଅଷ୍ଟ୍ରେଲିଆ ସହ ଶନିବାର ଦିନ ହୋଇଥିବା ଟୁ-ପ୍ଲସ୍‌-ଟୁ ମିଟିଂରେ ଦୁଇ ଦେଶର ନେତା ଆଫଗାନିସ୍ତାନରେ ମହିଳା ଓ ଅଳ୍ପସଂଖ୍ୟକଙ୍କ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଥିଲେ । ଉକ୍ତ ମିଟିଂରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାମିଲ ହୋଇଥିଲେ ।

ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମେରି ପାୟନେ ଓ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡ୍ୟୁଟନ୍ ମଧ୍ୟ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଭଳି ଚାରିଟି ରାଷ୍ଟ୍ର ଏକତ୍ର ହୋଇ କ୍ୱାଡ୍ (କ୍ୱାଡ୍ରିଲେଟେରାଲ ସିକ୍ୟୁରିଟୀ ଡାଏଲଗ୍‌) ଗଠନ କରିଛନ୍ତି । ଏହି ଚାରିଟି ରାଷ୍ଟ୍ର ଭାରତ ଓ ପ୍ରଶାନ୍ତ ମହାସାଗରରେ ଏକାଧିକ ସମରାଭ୍ୟାସ କରିସାରିଛନ୍ତି । ଏହା କ’ଣ ‘ଏସିଆନ ନାଟୋ’ ବୋଲି ପ୍ରଶ୍ନ ହେବାରୁ ଜୟଶଙ୍କର ଏହାକୁ ଖଣ୍ଡନ କରିଛନ୍ତି । କ୍ୱାଡ୍ ରାଷ୍ଟ୍ର ଗୁଡ଼ିକ ପାରସ୍ପରିକ ସାମାଜିକ, ଅର୍ଥନୈତିକ ଓ ସାମରିକ ସମ୍ପର୍କ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ଜୟଶଙ୍କର କହିଛନ୍ତି । ଦକ୍ଷିଣ ଏସୀୟ ରାଷ୍ଟ୍ରଙ୍କ ପାଇଁ ଆସିଆନ୍ (ଆସୋସିଏସନ ଅଫ୍ ସାଉଥ ଇଷ୍ଟ ଏସିଆନ ନେସନ) ସଂଗଠନ ଥିଲେ ସୁଦ୍ଧା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ଆମେ କ୍ୱାଡ୍ ଗଠନ କରିଛୁ ବୋଲି ରାଜନାଥ କହିଛନ୍ତି ।

Leave A Reply

Your email address will not be published.

three × two =