ଭାରତ-ଚୀନ ମଧ୍ୟରେ ସ୍ଥିତି ବିଗିଡ଼ିପାରେ, କିନ୍ତୁ ଯୁଦ୍ଧ ପରିସ୍ଥିତି ଆସିନାହିଁ : ସାମରିକ ବିଶେଷଜ୍ଞ

0

ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପରିସ୍ଥିତି ଯେ କୌଣସି ସମୟରେ ଖରାପ ହୋଇପାରେ । କିନ୍ତୁ ସ୍ଥିତି ଯୁଦ୍ଧ ହେବା ଭଳି ଖରାପ ହୋଇନାହିଁ ବୋଲି ଭାରତ ସରକାରଙ୍କ ନିରାପତ୍ତା ବିଶେଷଜ୍ଞମାନେ ମନେ କରୁଛନ୍ତି ।ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସ୍ଥିତି ବେଶ ଉତ୍ତେଜକ ରହିଛି । ଏଠାର ସ୍ଥିତି ଯେକୌଣସି ସ୍ଥିତିକୁ ଯାଇପାରେ । ତେବେ ଯୁଦ୍ଧ ଭଳି ସ୍ଥିତି ଆସିନାହିଁ । ଚୀନ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଟ୍ୟାଙ୍କ, ଯୁଦ୍ଧ ବିମାନ, ଯୁଦ୍ଧଯାନ, ତୋପ, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଥିଲେ ମଧ୍ୟ ସେଗୁଡ଼ିକୁ ତୁରନ୍ତ ଯୁଦ୍ଧ ପାଇଁ ମୁତୟନ କରାଯାଇନଥିବା ଭଳି ଲାଗୁଛି ।କିନ୍ତୁ ଆଗକୁ ସ୍ଥିତି କିଭଳ ରହିବ ? ସରକାରଙ୍କ ସାମରିକ ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ ଚୀନ ଅଗଷ୍ଟ୨୯-୩୦ ରାତି ଭଳି କେତେକ ହରକତ କରିପାରେ । ସେମାନେ କେତେକ ଶିଖର ଅଧିକାର କରି ଭାରତୀୟ ସେନା ଉପରେ ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରିପାରନ୍ତି । ପୂର୍ବଲଦାଖର ବିଭିନ୍ନ ଅଞ୍ଚଳ, ପେଙ୍ଗୟାଂ ହ୍ରଦ, ରେଜିଂ ଲା, ରେଚିଂ ଲା ଆଦି ଅଞ୍ଚଳରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥା ରହିଛି । ଏକ ଛୋଟିଆ ଘଟଣା ଏକ ବଡ଼ ଯୁଦ୍ଧ ଆଡ଼କୁ ଟାଣିନେଇପାରେ ବୋଲି କୁହାଯାଉଛି ।

Leave A Reply

Your email address will not be published.