ଆଜିଠୁୁ ଭାରତୀୟ ନୌସେନା ଓ ବ୍ରିଟେନର ମିଳିତ ସମରାଭ୍ୟାସ

0

ନୂଆଦିଲ୍ଲୀ : ଭାରତୀୟ ନୌସେନା ସହିତ ଅଭ୍ୟାସ ପାଇଁ ବ୍ରିଟେନରୁ କ୍ୱିନ ଷ୍ଟ୍ରାଇକ ଗ୍ରୁପର ଏଣ୍ଟ୍ରି ହୋଇଛି । ଉଭୟ ସେନା ବାର୍ଷିକ କୋଙ୍କଣ ଅଭ୍ୟାସରେ ଅଂଶଗ୍ରହଣ କରିବେ । କ୍ୱାଡ ଏବଂ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ମଧ୍ୟ ସେନାର ଏହି ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ବ୍ୟତୀତ ମହାସାଗରରେ ବ୍ରିଟେନର ଏହି ଗୋଷ୍ଠୀ ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ନୌସେନା ସହିତ ଅଭ୍ୟାସ କରିବ । ଭାରତ ସହିତ ଏହି ଅଭ୍ୟାସ ବଙ୍ଗୋପସାଗରରେ ହେବ ବୋଲି ଅନୁମାନ କରାଯାଉଛି । ଏହା ପରେ ଏହି ଗୋଷ୍ଠୀ ଦକ୍ଷିଣ ଚୀନ ସାଗରକୁ ଯିବ ।

Leave A Reply

Your email address will not be published.