ଆସନ୍ତା ୧୮ରୁ ଭାରତ-ଶ୍ରୀଲଙ୍କା ସିରିଜ

0

ନୂଆଦିଲ୍ଲୀ: କରୋନା ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସିରିଜ ଘୁଞ୍ଚିବାରେ ଲାଗିଛି । ଶ୍ରୀଲଙ୍କା ଟିମର କିଛି ସଦସ୍ୟ କରୋନା ସଂକ୍ରମଣରେ ଆକ୍ରାନ୍ତ ହେବା ପରେ ୧୩ ବଦଳରେ ୧୭ରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ ହେବାର ଥିଲା । କିନ୍ତୁ ଏବେ ୧୮ ତାରିଖରୁ ମ୍ୟାଚ ଆରମ୍ଭ ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ ଖେଳି ଫେରିବା ପରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମର ଭିଡିଓ ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କରୋନାରେ ଆକ୍ରାନ୍ତ ହୋଇଥିଲେ । ଆସନ୍ତା ୧୩ରେ ଆରମ୍ଭ ହେବାକୁ ଥିବା ମ୍ୟାଚ ୧୭କୁ ଘୁଞ୍ଚାଇ ଦିଆଯାଇଥିଲା । କିନ୍ତୁ ଜୟ ଶାହ ଭାରତ-ଶ୍ରୀଲଙ୍କା ସିରିଜ ୧୮ରୁ ଆରମ୍ଭ ହେବ ବୋଲି କହିଛନ୍ତି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଦିନିକିଆ ଓ ୩ଟି ସଂଖ୍ୟକ ଟି-୨୦ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.

15 + 12 =