୨୦୪୧ ସୁଦ୍ଧା ଭାରତରେ ସାଂଘାତିକ ଗ୍ରୀଷ୍ମପ୍ରବାହ !

0

ନୂଆଦିଲ୍ଲୀ : ଦେଶରେ ମୌସୁମୀ ସ୍ୱାଭାବିକ ହୋଇନଥିବାବେଳେ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ପ୍ରଭାବିତ ହେଉଛି । ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଏହି ପ୍ରକ୍ରିୟା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିପାରେ । ତେବେ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ୨୦୪୧ ସୁଦ୍ଧା ଭାରତରେ ଗ୍ରୀଷ୍ମପ୍ରବାହ ସାଂଘାତିକ ରୂପ ଧାରଣ କରିବାର ଆଶଙ୍କା ରହିଛି । ତଦନୁଯାୟୀ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୯.୩ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି । ଦି ଇକୋନୋମିଷ୍ଟ ପତ୍ରିକା ପକ୍ଷରୁ ପ୍ରତିବର୍ଷ ଦେଶର ତାପମାତ୍ରା ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଥାଏ । ବର୍ଷ ତମାମ ଘଟୁଥିବା ବିଭିନ୍ନ ପ୍ରସଙ୍ଗର ପରିବର୍ତ୍ତନକୁ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଭାରତରେ ଗ୍ରଷ୍ମପ୍ରବାହର ଅଧିକ ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଇଛି । ଚେନ୍ନାଇରେ ସହସ୍ରାଧିକ ଲୋକ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସୁସ୍ଥ ହେବା ସହିତ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଛି । ପୁନଶ୍ଚ ବିଗତ ୨୬ ବର୍ଷ ଧରି ହାଇଦ୍ରାବାଦର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୨୦୧୫ରେ ଏହି କାରଣରୁ ହାଇଦ୍ରାବାଦ ଓ ଏହାର ପାଖାପାଖି ଅଞ୍ଚଳରେ ୫୮୫ ଲୋକ ପ୍ରାଣ ହରାଇଥିଲେ । ଏହି ଦୁଃଖଦ ଘଟଣା ପରେ ରାଜ୍ୟ ସରକାର ଗ୍ରୀଷ୍ମ ଦାଉରୁ ବର୍ତ୍ତିବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ସୁଦ୍ଧା ଏତେଟା ସୁଫଳ ମିଳୁନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.

15 − 2 =