ଆସନ୍ତା କାଲିଠାରୁ ୧୫ ଦିନ ଯାଏଁ ଝାରସୁଗୁଡ଼ା ଜିଲ୍ଲାରେ ରାସ୍ତାକଡ଼ ଫାଷ୍ଟଫୁଡ୍ ଦୋକାନ ବନ୍ଦ ରହିବ। ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ନ ମାନିଲେ ଦୋକାନୀ ଫାଇନ ଗଣିବେ। ମାନିଲେ କ୍ଷତିପୂରଣ ଦିଆଯିବ। କ୍ଷତିପୂରଣ ବାବଦକୁ ପ୍ରତି ଦୋକାନୀଙ୍କୁ ମିଳିବ ୨୫୦୦ ଟଙ୍କା। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍ କରିଛନ୍ତି।