ଜୁଲାଇରେ ମାଟ୍ରିକ ଅଫଲାଇନ ପରୀକ୍ଷା

0

ମାଟ୍ରିକ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ମଧ୍ୟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ଜୁଲାଇ ୫ ତାରିଖରେ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍‌ କରିପାରିବେ । ଫର୍ମ ଫିଲଅପ ୧୦ ଦିନ ଭିତରେ ଶେଷ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି । ଜୁଲାଇରେ ପରୀକ୍ଷା କରି ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +୨ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ୍‌ କରିବା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବୋର୍ଡ କହିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦ ବିଚାରବିମର୍ଶ, ପରାମର୍ଶ ପରେ ବିକଳ୍ପ ଆସେସମେଣ୍ଟ ବ୍ୟବସ୍ଥା କରିଥିଲା । ସେହି ଅନୁସାରେ, ନବମ ଓ ଦଶମ ଶ୍ରେଣୀର ମାର୍କକୁ ଫଳାଫଳ ମୂଲ୍ୟାୟନ କରାଯାଇଥିଲା ।

Leave A Reply

Your email address will not be published.

20 + seven =