ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର

0

କରୋନା ମହାମାରୀ ସମୟରେ ଭାଇରସରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଚିଠି ଅନୁସାରେ ଘରୋଇ ହସ୍‌ପିଟାଲରେ ସାଧାରଣ ବେଡ଼ ପାଇଁ ଫି’ ଦିନକୁ ୧୭୫୦ ଟଙ୍କା ଧାର୍ଯ୍ୟ ରହିବ। ଘରୋଇ ଡାକ୍ତରଖାନାମାନେ କୋଭିଡ୍ ରୋଗୀଙ୍କ ଠାରୁ ଚିକିତ୍ସା ଲାଗି ବହୁ ଟଙ୍କା ଦାବି କରୁଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେଇଛି।

 

ସେହିପରି ଆଇସିୟୁ ଶଯ୍ୟା ପାଇଁ ଦିନକୁ ଫି’ ୧୨ ହଜାର ଟଙ୍କା, ଆଇସିୟୁ ଭେଣ୍ଟିଲେଟର ପାଇଁ ଦିନକୁ ଫି’ ୧୩ ହଜାର ଟଙ୍କା ଓ କୋଭିଡ କେୟାର ପାଇଁ ଦିନକୁ ଫି’ ୧୦୦୦ ଟଙ୍କା ରହିବ।

Leave A Reply

Your email address will not be published.