ହସ୍ପିଟାଲରେ ମିସାଇଲ ମାଡ : ୨ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ୧୩ ମୃତ୍ୟୁ

0

ହସ୍ପିଟାଲରେ ଚାଲିଥିଲା ରୋଗୀମାନଙ୍କ ଚିକିତ୍ସା । ହଠାତ ହେଲା ବିସ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ହସ୍ପିଟାଲ ଉପରେ ହେଲା ଘନଘନ ବୋମା ମାଡ । ମାତ୍ର କେଇ ମିନିଟରେ ଚାଲିଗଲା ୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ୧୩ ଜଣଙ୍କ ଜୀବନ । ସିରିୟାର ଏକ ହସ୍ପିଟାଲରେ ମିସାଇଲ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ପଛରେ କାହାର ହାତ ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଆକ୍ରମଣକୁ ନେଇ ତୁର୍କୀ ହତାୟ ରାଜ୍ୟର ରାଜ୍ୟପାଳ କହିଛନ୍ତି, ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏହି ଆକ୍ରମଣରେ ସିରିୟାନ କୁର୍ସେ ସଂଗଠନକୁ ଦାୟୀ କରିଛି । ବ୍ରିଟେନର ମାନବାଧିକାର ସଂଗଠନ ‘ସିରିଆନ୍‌ ଅବଜରଭେଟରୀ ଫର୍‌ ହ୍ୟୁମାନ୍‌ ରାଇଟ୍ସ’ ଏହି ଆକ୍ରମଣରେ ୧୮ ଜଣ ପ୍ରାଣ ହରାଇଥିବା କହିଛି । ସିରିଆନ୍‌ ଆମେରିକାନ ମେଡିକାଲ୍‌ ସୋସାଇଟି କହିଛି ଯେ, ଆଫ୍ରିନ୍‌ ସହରର ଅଲ-ଶିଫା ହସ୍ପିଟାଲରେ ଦୁଇଟି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ମିସାଇଲ ମାଡ ପରେ ହସ୍ପିଟାଲ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

seventeen + 13 =