ହାଇକୋର୍ଟରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା

0

ହାଇକୋର୍ଟରେ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା । ଶ୍ରୀ ବଳଦେବଜୀଉଙ୍କ ୫ ଜଣ ସେବାୟତଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । କୋଭିଡ୍‌ କଟକଣା ଭିତରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଛନ୍ତି ସେବାୟତମାନେ । ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା । କୋଭିଡ୍‌ ମହାମାରୀକୁ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କେନ୍ଦ୍ରାପଡା ବଳଦେବଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକ । ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍‌ କଟକଣାରେ ଗଡାଇବାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି । ଅପରପକ୍ଷେ ରଥଯାତ୍ରା କରିବା ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସବୁ ତହସିଲ୍‌ ଅଫିସ୍‌ ଆଗରେ ଗଣଧାରଣା ଦିଆଯାଇଛି ।

Leave A Reply

Your email address will not be published.

7 + ten =