୨୦୪୧ ସୁଦ୍ଧା ହେବ ସାଙ୍ଘାତିକ ଗ୍ରୀଷ୍ମ ପ୍ରବାହ

0

ନୂଆଦିଲ୍ଲୀ: ଜୁଲାଇ ୩ ସୁଦ୍ଧା ଦେଶରେ ମୌସୁମୀ ସ୍ୱାଭାବିକ ହୋଇନଥିବାବେଳେ ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦ୍ୱାରା ପ୍ରଭାବିତ ହେଉଛି । ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଏହି ପ୍ରକ୍ରିୟା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିପାରେ । ତେବେ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ୨୦୪୧ ସୁଦ୍ଧା ଭାରତରେ ଗ୍ରୀଷ୍ମପ୍ରବାହ ସାଂଘାତିକ ରୂପ ଧାରଣ କରିବାର ଆଶଙ୍କା ରହିଛି । ତଦନୁଯାୟୀ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪୯.୩ ଡିଗ୍ରୀ ସେଲସିୟସ ଛୁଇଁବାର ସମ୍ଭାବନା ରହିଛି। ଚେନ୍ନାଇରେ ପ୍ରବଳ ଗ୍ରୀଷ୍ମପ୍ରବାହ ପ୍ରଭାବରେ ପ୍ରାୟ ୧୮,୦୦୦ ଲୋକ ପ୍ରାଣ ହରାଇ ପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ବର୍ତ୍ତମାନ ଦିଲ୍ଲୀର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି ଯାହା ଚଳିତବର୍ଷର ସର୍ବାଧିକ ବୋଲି ଜଣାପଡିଛି । ଜୁଲାଇ ୭ ପରେ ଉତ୍ତର ଭାରତରେ ମୌସୁମୀ ବର୍ଷା ସ୍ଥିତିକୁ ଲାଘବ କରିବାର ସମ୍ଭାବନା ରହିଛି । ଦି ଇକୋନୋମିଷ୍ଟ ପତ୍ରିକା ପକ୍ଷରୁ ପ୍ରତିବର୍ଷ ଦେଶର ତାପମାତ୍ରା ସମ୍ପର୍କିତ ରିପୋର୍ଟ ପ୍ରକାଶିତ ହୋଇଥାଏ । ବର୍ଷ ତମାମ ଘଟୁଥିବା ବିଭିନ୍ନ ପ୍ରସଙ୍ଗର ପରିବର୍ତ୍ତନକୁ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଭାରତରେ ଗ୍ରଷ୍ମପ୍ରବାହର ଅଧିକ ପ୍ରଭାବ ପରିଲକ୍ଷିତ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

thirteen − two =