ହରିଦ୍ୱାର ଗଲେ କାର୍ଯ୍ୟାନୁଷ୍ଠାନ

0

ଡେରାଡୁନ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏଣୁ ରାଜ୍ୟ ସରକାରମାନେ ଜାରି କରିଥିବା କଟକଣା ଧିରେ ଧିରେ କୋହଳ କରୁଛନ୍ତି । ତେବେ ଉତ୍ତରାଖଣ୍ଡ ସରକାରଙ୍କ ଚାର ଧାମ ଯାତ୍ରା ନିଷ୍ପତ୍ତିରୁ କାଉଡି ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ହେଲେ ଉତ୍ତରାଖଣ୍ଡ ଡିଜିପି କହିଛନ୍ତି ଚଳିତବର୍ଷ ଶ୍ରାବଣ ମାସରେ କାଉଡି ଯାତ୍ରା ହେବନାହିଁ ବୋଲି ସେ କହିଛନ୍ତି । ଯଦି କୌଣସି ଯାତ୍ରୀ ଶ୍ରାବଣ ମାସରେ କାଉଡି ଯାତ୍ରାରେ ବାହାରନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଜି କହିଛନ୍ତିି । ଏ ନେଇ ସେ ୮ ରାଜ୍ୟର ପୋଲିସ ସହ ବୈଠକ କରିଛନ୍ତି । ଏଥିରେ ହରିଦ୍ୱାର ସମେତ ଅନ୍ୟ ସହରକୁ କାଉଡି ଯାତ୍ରାରେ ନ ଆସିବା ଲାଗି କୁହାଯାଇଛି । ଯଦି କିଏ ଅମାନ୍ୟ କରି କାଉଡି ଯାତ୍ରାରେ ବାହାରେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି ବ୍ୟକ୍ତି କାଉଡି ଲାଗି ହରିଦ୍ୱାରକୁ ଆସେ ତା ବିରୋଧରେ ମହାମାରୀ ଆକ୍ଟରେ ମାମଲା ରୁଜୁ କରାଯିବ । ତେଣୁ ଶ୍ରାବଣ ମାସ ଆରମ୍ଭ ସହ ଉତ୍ତରପ୍ରଦେଶ ଓ ବିହାର ସୀମାକୁ ଲାଗି ରହିଥିବା ଉତ୍ତରାଖଣ୍ଡ ସୀମାକୁ କାଉଡିଆଙ୍କ ଲାଗି ସିଲ କରିଦିଆଯିବ । ଏଣୁ ନିଜର, ପରିବାରର ଓ ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ଲୋକେ କାଉଡି ଯାତ୍ରାରୁ ବିରତ ରୁହନ୍ତୁ ବୋଲି ଡିଜିପି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

2 × two =