ହାଣ୍ଡୱାରା ଏନକାଉଣ୍ଟର: ଆତଙ୍କବାଦୀ ହିଜାବୁଲ ମୁଜାହିଦ୍ଦିନ ନିହତ

0

ନୂଆଦିଲ୍ଲୀ:
ଜାମ୍ମୁ କାଶ୍ମୀର ପୋଲିସକୁ ବଡ ସଫଳତା । ହାଣ୍ଡୱାରା ଦକ୍ଷିଣ କାଶ୍ମୀର କୁପୱାରା ଜିଲ୍ଲା ରେହାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଏକ ଟପ କମାଣ୍ଡର ହିଜାବୁଲ ମୁଜାହିଦ୍ଦିନ ନାମକ ଆତଙ୍କୀକୁ ନିପାତ କରିଛି ସୁରକ୍ଷା ବାହିନୀ । ହିଜାବୁଲ ଏନେକ ଆତଙ୍କୀ ଘଟଣାରେ ସାମିଲ ଥିଲା । ଏହା ଏକ ବଡ ସଫଳତା ବୋଲି କହିଛନ୍ତି କାଶ୍ମୀର ଆଇଜିପି ।

ସୂଚନାଅନୁସାରେ, ଏସଓଜି ଆର୍ମିର 32 ଆରଆର, ସିଆରପିଏଫ, ପୋଲିତ ଟିମଙ୍କ ମିଳିତ ଉଦ୍ୟମରେ ରେହାନ ଅଞ୍ଚଳରେ କର୍ଡନ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସେହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ଉପରେ ଗୁଳି ଚଳାଇଥିଲା ସୁରକ୍ଷାବାହିନୀ । ଏଥିରେ ହିଜାବୁଲ ମୁଜାହିଦ୍ଦିନ ନାମକ ଆତଙ୍କୀ ନିପାତ ହୋଇଛି । ଏହି ରିପୋର୍ଟ ମିଳିବା ଯାଏଁ ସେଠାରେ ଗୁଳିବିନିମୟ ଜାରି ରହିଥିଲା । ଆଉ ଦୁଇରୁ ତିନିଜଣ ଆତଙ୍କୀ ସେଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା କଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

four × two =