ହୁ ହୁ ବଢ଼ିବାରେ ଲାଗିଛି ଖାଉଟି ଜିନିଷ

0

ଭୁବନେଶ୍ୱର: ରାଜ୍ୟରେ ଏବେ ବିଭିନ୍ନ ଜିନିଷର ଦରଦାମ ବଢ଼ିବାରେ ଲାଗିଛି । ଏହି କ୍ରମରେ ପେଟ୍ରୋଲ, ଡିଜେଲ୍‌, ଗ୍ୟାସ୍‌ ଠାରୁ ଆରମ୍ଭ କରି ଖାଇବା ତେଲ, ଡାଲି, ପିଆଜ ଭଳି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦାମ୍ ହୁ ହୁ ହୋଇ ବଢ଼ୁଛି । ଗୋଟେ ପଟେ କରୋନା ମହାମାରୀ କାରଣରୁ ଅନେକ ଲୋକଙ୍କ ଜୀବନ ଜୀବିକା ଚାଲିଯାଇଥିବା ବେଳେ ଏହି ଅନ୍ୟପଟେ ଏହି ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି । ଏବେ ମହାମାରୀ ଠାରୁ ଅଧିକ କଷ୍ଟ ଦରଦାମ ପାଇଁ ହେଉଥିବା ଗ୍ରାହକ ମାନେ କହିଛନ୍ତି । ସବୁ ବର୍ଗର ଲୋକ ଏବେ ମହଙ୍ଗା ମାଡ଼ରେ କଲବଲ ହୋଇଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି ।

ଅନ୍ୟପଟେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦାମ୍ ଅହେତୁକ ଭାବେ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ହାତ ଟେକି ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦରଦାମ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ବାଇଁ ଖୋଲାଖୋଲି କହିଛନ୍ତି ଯେ ଦରଦାମ୍ ଆହୁରି ବଢ଼ିବ । କେନ୍ଦ୍ର ସରକାର କୋଭିଡ ଆଳରେ ସେସ୍‌ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି । ଲଗାମ ସେମାନଙ୍କ ହାତରେ। ସେମାନେ ବ୍ଲାକମେଲିଂ କରୁଛନ୍ତି । ଆଗକୁ ସ୍ଥିତି ଆହୁରି ଖରାପ ହେବ। ଚାଷ ସମେତ ସବୁ କ୍ଷେତ୍ରରେ ପ୍ରଭାବ ପଡୁଛି । ପଶ୍ଚିମବଙ୍ଗ ନିର୍ବାଚନର ୨୦ ଦିନ ଯାଏ ସବୁ ଠିକ ଥିଲା । ମତଦାନ ସରିବା ପରେ ସବୁ ଦାମ୍ ପୁଣି ବଢ଼ିଥିଲା ।

Leave A Reply

Your email address will not be published.

one − one =