କୋଭିସିଲ୍ଡ ଟିକାକୁ ୧୭ଟି ଦେଶର ଗ୍ରୀନ ପାସ

0

ନୂଆଦିଲ୍ଲୀ: ଦେଶରେ କୋଭିସିଲ୍ଡ ଟିକାକୁ ନେଇ ଏକ ଭଲ ଖବର ଆସିଛି । କୋଭିସିଲ୍ଡକୁ ଏବେ ୧୭ଟି ଦେଶ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି । ଏହାଦ୍ୱାରା ଅଷ୍ଟ୍ରେଲିଆ, ଜର୍ମାନୀ, ସ୍‌ଲୋଭେନିଆ, ଗ୍ରୀସ, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ ସମେତ ୧୭ଟି ଦେଶକୁ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବିଦେଶ ଗସ୍ତ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏବେ ଯେଉଁମାନେ କୋଭିସିଲ୍ଡ ଟିକା ନେଇଛନ୍ତି ସେମାନେ କୋୱିନ ଆପ ମାଧ୍ୟମରେ ତାଙ୍କ ଟିକାକରଣର ସାର୍ଟିଫିକେଟ ବା ପ୍ରମାଣପତ୍ର ଦେଖାଇଲେ ଏହାକୁ ଏହି ଦେଶ ଗ୍ରହଣ କରିବା ସହ ଭିସା ପ୍ରଦାନ କରିବେ । କରୋନା ମହାମାରୀ ପରେ କିଛି ଦେଶ ଏବେ ଅନ୍ୟ ଦେଶର ଲୋକଙ୍କୁ ପ୍ରବେଶ କରାଇବା ବେଳେ କେଉଁ ଟିକା ନେଇଛନ୍ତି ସେହି ଯାତ୍ରୀ ତାହା ଦେଖୁଛନ୍ତି । ଯେଉଁ ଦେଶମାନେ ଟିକାକୁ ଅନୁମତି ଦେଉଛନ୍ତି ସେମାନେ ମୁଖ୍ୟତଃ ଦେଖୁଛନ୍ତି ସେହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ପ୍ରଦାନ କରିଛି କି ନାହିଁ । କୋଭିସିଲ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପାଇଥିବା ବେଳେ କୋଭାକ୍ସିନ କିନ୍ତୁ ଏବେ ସୁଦ୍ଧା ଅନୁମତି ମିଳିନାହିଁ ।

Leave A Reply

Your email address will not be published.

5 + 2 =