୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ସରକାରୀ ଅଫିସ

0

ଭୁବନେଶ୍ଵର: ଜୁଲାଇ ଗାଇଡ ଲାଇନ୍ ଆସିବା ପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ କେତେ ପ୍ରତିଶତରେ ଚାଲିବ ସେ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ଦ୍ଦେଶନାମା ଅନୁଯାୟୀ,
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତ୍‌ଉର୍ଦ୍ଧ୍ବ ପାହ୍ୟାର ଅଫିସରମାନେ ପ୍ରତିଦିନ ଅଫିସ ଆସିବେ । ଯେଉଁ କର୍ମଚାରୀମାନେ ଦୁଇଟି ଡୋଜ୍‌ କୋଭିଡ୍‌ ଟିକା ନେଇଥିବେ ସେମାନେ ଅଫିସ୍‌ ଆସିବା ବାଧ୍ୟତାମୂଳକ । ତେବେ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍‌ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍‌ ଦିଆଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟସଚିବ ସଞ୍ଜିବ ଚୋପ୍ରା ଜୁଲାଇ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କଟକ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍‌ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତି ନେବେ । ସମ୍ପୂର୍ଣ୍ଣ ଟିକାକରଣ ହୋଇନଥିବା କର୍ମଚାରୀ ଓ ରୋଷ୍ଟର ଆଧାରରେ ଅଫିସ୍‌ ଆସିବା ନିଷ୍ପତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନେବେ ।

Leave A Reply

Your email address will not be published.

nineteen + four =