ଟେଷ୍ଟ ସିରିଜରୁ ବାଦ୍‌ ପଡିଲେ ଗିଲ

0

ଲଣ୍ଡନ : ଓପନର ବ୍ୟାଟସମ୍ୟାନ ଶୁବମାନ ଗିଲ ଆହତ କାରଣରୁ ଇଂଲଣ୍ଡ ପ୍ରଥମ ଟେଷ୍ଟରୁ ବାଦ ପଡିଛନ୍ତି । ଗିଲ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରୁ ବାହାରି ଯାଇଛନ୍ତି । ହେଲେ ତାଙ୍କ ଆଘାତ କେତେ ଗୁରୁତର ଅଛି ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସେ ଲମ୍ବା ସମୟ ଧରି ଦଳରୁ ବାହାରି ଯାଇଛନ୍ତି । ସେ ସ୍ୱଦେଶ ନ ଫେରି ଦଳ ସହ ରହିବେ । ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଆହୁରି ଗୋଟିଏ ମାସର ସମୟ ରହିଛି । ଗତ ଇଂଲଣ୍ଡ ସିରିଜ୍‌ ଓ ବିଶ୍ୱଟେଷ୍ଟ ଚାମ୍ପିଆନସିପର ଫାଇନାଲରେ ଶୁବମାନ ଗିଲଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ଥିଲା । ରିପୋର୍ଟ ଅନୁଯାୟୀ, ଗିଲ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ବିଫଳ ହେବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଶୁବମାନ ଗିଲ୍‌ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, ଫାଇନାଲରେ ବିଫଳ ହେବା କାରଣରୁ ଶୁବମାନ ଗିଲଙ୍କୁ ଟେଷ୍ଟ ପାଇଁ ଦଳରେ ସୁଯୋଗ ନମିଳିପାରେ । ତାଙ୍କ ଅନୁପସ୍ଥିତିରେ ମୟଙ୍କ ଅଗ୍ରୱାଲ କିମ୍ବା କେଏଲ ରାହୁଲଙ୍କୁ ଦଳରେ ସ୍ଥାନ ମିଳିପାରେ ।

Leave A Reply

Your email address will not be published.

twenty − 18 =