ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ପରଲୋକ

0

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କରୁଣାକର ରାଇକାଙ୍କର ଆଜି ପରଲୋକ ହୋଇଯାଇଛି। ସେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିଲେ। ଆଜି ଭୋରରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ମାର୍ଚ୍ଚରେ କରୁଣାକର ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ତାଙ୍କ ମୃତ୍ୟୁ କିପରି ହେଲା, ସେ କରୋନାରେ ଆକ୍ରାନ୍ତ ଥିଲେ କି ନାହିଁ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ।

Leave A Reply

Your email address will not be published.