ଫ୍ରେଞ୍ଚ ଓପନ: ଜୋକୋଭିଚ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ

0

ସର୍ବିୟାର ନୋଭାକ୍‌ ଜୋକୋଭିଚ ନିଜ କ୍ୟାରିୟରର ଦ୍ୱିତୀୟ ଫ୍ରେଞ୍ଚ ଓପନ ହାସଲ କରିଛନ୍ତି । ରବିବାର ଫାଇନାଲରେ ଜୋକୋଭିଚ ଗ୍ରୀସ୍‌ର ପଞ୍ଚମ ଷ୍ଟେଫାନୋସ୍‌ ସିଟ୍‌ସିପାସ୍‌ଙ୍କୁ ପରାସ୍ତ କରିବା ସହ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଅକ୍ତିଆର କରିଛନ୍ତି । ୫ ସେଟ୍‌ ବିଶିଷ୍ଟ ଫାଇନାଲ୍‌ରେ ଜୋକୋଭିଚ ୬-୭(୮/୬), ୨-୬, ୬-୩, ୬-୨ ଓ ୬-୪ ସେଟ୍‌ରେ ବିଜୟୀ ହୋଇଛନ୍ତି । ସେମିଫାଇନାଲରେ ବାଦଶାହ ଭାବେ ପରିଚିତ ରାଫେଲ୍‌ ନାଡାଲଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିବା ଜୋକୋଭିଚଙ୍କ ସକାଶେ ଟାଇଟଲ୍‌ ମୁକାବିଲା ସହଜ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ନିଜ ଦେଶ ପକ୍ଷରୁ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ହାସଲରେ ପ୍ରଥମ ଖେଳାଳି ହେବା ଆଶାରେ ଖେଳୁଥିବା ସିଟ୍‌ସିପାସ୍‌ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ । ପ୍ରଥମରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ସହ ଖେଳିଥିବା ସିଟ୍‌ସିପାସ୍‌ ପ୍ରଥମ ଦୁଇଟି ସେଟ୍‌ରେ ବିଜୟୀ ହୋଇଥିଲେ । ପ୍ରଥମ ସେଟ୍‌ଟି ୭୨ ମିନିଟ୍‌ ଧରି ଚାଲିଥିଲା । ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ଜିତିବା ପରେ ସିଟ୍‌ସିପାସ ମାତ୍ର ୩୫ ମିନିଟ୍‌ ସମୟରେ ଦ୍ୱତୀୟ ସେଟ୍‌କୁ ଜିତିନେଇଥିଲେ । କିନ୍ତୁ ଆରମ୍ଭରୁ ୦-୨ରେ ପଛୁଆ ରହିଥିଲେ ମଧ୍ୟ ଜୋକୋଭିଚ ଚତ୍ମକାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିଲେ । ପରବର୍ତ୍ତୀ ଦୁଇ ସେଟ୍‌କୁ ୬-୩ ଓ ୬-୨ରେ ଜିତିବା ସହ ନିଜ ଅଭିଜ୍ଞତାର ଫାଇଦା ଉଠାଇ ନିର୍ଣ୍ଣାୟକ ସେଟକୁ ୬-୪ରେ ଜିତି ସର୍ବକାଳୀନ ସର୍ବାଧିକ ଟାଇଟଲଠାରୁ ଆଉ ଦୁଇ ପାଦ ପଛରେ ଅଛନ୍ତି । ଫାଇନାଲ୍‌ ମ୍ୟାଚଟି ୪ ଘଣ୍ଟା ୧୧ ମିନିିଟ ଧରି ଚାଲିଥିଲା ।

Leave A Reply

Your email address will not be published.

three × 4 =