ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଆତ୍ମାରାମ ତୋମାରଙ୍କ ହତ୍ୟା କରାଯାଇଛି । ତାଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି । ସେ ଉତ୍ତର ପ୍ରଦେଶର ବାଗପତ ବଡୋତ ବିଜରୋଲ ଅଞ୍ଚଳରେ ରହୁଥିଲେ । ଆଜି ସକାଳେ ଆତ୍ମାରାମଙ୍କ ମୃତଦେହ ତାଙ୍କ ଘର ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା  ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ତୋମାରଙ୍କ ଡ୍ରାଇଭର ଘରେ ପହଁଚିଥିଲେ । କବାଟ ଭିତରୁ ବନ୍ଦ ଥିବାରୁ ସେ ଝରକା ଭାଙ୍ଗି ଭିତରକୁ ପଶିଥିଲେ । ଘରେ ଖଟ ଉପରେ ତୋମାରଙ୍କ ମୃତଦେହ ପଡିଥିବା ସେ ଦେଖିଥିଲେ | ତାଙ୍କ ଶରୀରରେ ଦାଗ ଥିଲା । ବାହାରକୁ ଆସି ସେ ପଡୋଶୀ ଓ ପୋଲିସକୁ ସୂଚନା ଦେଇଥିଲେ । ଆତ୍ମାରାମ ତୋମାର ଜନତା ବୈଦିକ କଲେଜର ପ୍ରଧାନଶିକ୍ଷକ ମଧ୍ୟ ରହିଥିଲେ । ୧୯୯୩ରେ ସେ ଛପରୋଲି ବିଧାନସଭାରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ୧୯୯୭ରେ ତାଙ୍କୁ ମନ୍ତ୍ରୀ ପାହ୍ୟା ମିଳିଥିଲା ।

Leave A Reply

Your email address will not be published.

7 + fifteen =