ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ

0

ନୂଆଦିଲ୍ଲୀ: ଆଉ ନାହାନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ । ଆଜି ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସୂଚନା ମୁତାବକ, ସିମଲାରେ ଭୋର ୩ଟା ୪୦ ସମୟରେ ସେ ପ୍ରାଣତ୍ୟାଗ କରିଛନ୍ତି ।
ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ସୋମବାର ହୃଦଘାତ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେ ଦୁଇ ମାସରେ ଦୁଇଥର ଏପ୍ରିଲ୍ ୧୨ ଏବଂ ଜୁନ୍ ୧୧ ରେ କରୋନାଭାଇରସ୍ ରୋଗରେ ସଂକ୍ରମିତ ହୋଇଥିଲେ ।
କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ବୀରଭଦ୍ର । ସେ ୯ ଥର ବିଧାୟକ ଏବଂ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ସହ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ବୀରଭଦ୍ର ।

Leave A Reply

Your email address will not be published.

sixteen − 14 =