ଫାଇଜର ଟିକାକୁ ମିଳିପାରେ ଅନୁମତି

0

ଦେଶବାସୀଙ୍କୁ ଆଉ ଏକ କରୋନା ଟିକା ଖୁବଶୀଘ୍ର ମିଳିବାକୁ ଯାଉଛି । ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ଲାଗି ଅନୁମତି ମିଳିପାରେ । ଏ ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଫାଇଜର୍‌ ସିଇଓ ଆଲବର୍ଟ ବୋଉର୍ଲା । କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଚାଲିଛି । ଭାରତ ସରକାର ଫାଇଜର ଟିକାକୁ ଅନୁମତି ଦେଲେ କମ୍ପାନୀ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲବର୍ଟ । ଆମେରିକା ସମେତ ଅନ୍ୟ ଦେଶରେ ଏବେ ଫାଇଜର ଟିକାର ବ୍ୟବହାର ଜାରି ରହିଛି । କରୋନା କ୍ଷେତ୍ରରେ ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଛି । ଭାରତରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ହେଉଥିବା ବେଳେ ସ୍ପୁଟିନିକ୍‌-ଭିକୁ ଅନୁମତି ମିଳିସାରିଛି ।

Leave A Reply

Your email address will not be published.

five × three =