ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟୋଷ୍ଟି କ୍ରିୟାରେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସାମିଲ ଘଟଣାରେ ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି। ମହାମାରୀ ଆଇନ ଉଲ୍ଲଂଘନ ନେଇ ପୁଲିସ ମାମଲା ରୁଜୁ କରିଛି। ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଗତ ୫ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଷ୍ଟେସନ ଡାଏରି କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ ସମୟରେ ସିଡିଏମଓଙ୍କୁ ଉମା ସାମନ୍ତରାୟଙ୍କ କୋଭିଡ ରିପୋର୍ଟ ମାଗିଥିଲା। ରିପୋର୍ଟକୁ ଆଧାରକରି ଜାଣିବାକୁ ପାଇଥିଲା ଯେ, ମହାରଥୀଙ୍କ ଅନ୍ତିମ ସଂସ୍କାର ସମୟରେ ଉମା କୋଭିଡ ଆକ୍ରାନ୍ତ ଥିଲେ। ସେହି ସମୟରେ ଉମାଙ୍କର ଗୃହ ସଂଗରୋଧ ଅବଧି ଶେଷ ହୋଇ ନ ଥିଲା। ତେଣୁ ପୁଲିସ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା ଯେ, ବିଧାୟକ କରୋନା ପଜିଟିଭ ଥାଇ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ।
Next Post