ରିଲିଜ୍‌ ହେଲା ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ ଇଣ୍ଡିଆ’ର ଟିଜର

0

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ନିଜର ଆକ୍ସନ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ ଇଣ୍ଡିଆ’ର ପ୍ରଥମ ଟିଜର ପୋଷ୍ଟ କରିଛନ୍ତି । ଟିଜରକୁ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରତିକ୍ରିୟା ମିଳୁଛି । ଏହି ଫିଲ୍ମରେ ଆକ୍ସନ, ଫାଇଟ୍‌ ଓ ଦମଦାର ସଂଳାପର ଝଲକ ଦେଖିବାକୁ ମିଳିଛି । ଏବେ ପ୍ରଶଂସକ ଟିଜର ଦେଖିବା ପରେ ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି । ଅଜୟ ଟିଜରଙ୍କୁ ନିଜର ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଏ ପର୍ୟ୍ୟନ୍ତର ସବୁଠୁ ବଡ ଲଢେଇ । ଫିଲ୍ମର ଟ୍ରେଲର ଆଜି ରିଲିଜ୍‌ କରାଯିବ । ଫିଲ୍ମ ‘ଭୁଜ: ଦ ପ୍ରାଇଡ୍‌ ଅଫ ଇଣ୍ଡିଆ’ ଅଗଷ୍ଟ ୧୩ରେ କେବଳ ଡିଜନୀ ପ୍ଲସ୍‌ ହଟଷ୍ଟାରରେ ରିଲିଜ୍‌ ହେବ । ଏହି ଫିଲ୍ମରେ ପ୍ରମୁଖ ଚରିତ୍ରରେ ଅଜୟ ଦେବଗନ, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଶରଦ କେଲକର ଓ ନୋରା ଫତେହି ଅଭିନୟ କରିଛନ୍ତି । ଏହି ଫିଲ୍ମଟି ୧୯୭୧ ଭାରତ-ପାକିସ୍ତାନ ଲଢେଇ ଉପରେ ଆଧାରିତ ।

Leave A Reply

Your email address will not be published.

three × four =