ପୁଣି ତେଜିଲା କୃଷକ ଆନ୍ଦୋଳନ

0

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି ଦେଶରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ଆସନ୍ତା ୨୬ ତାରିଖରେ ୭ ମାସ ପୂରଣ ହେବାକୁ ଯାଉଛି । ଏହା ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ବଡ ଘୋଷଣା କରାଯାଇଛି । ଆୟୋଜିତ ଏକ ବୈଠକ ପରେ କୃଷକ ନେତା ଇନ୍ଦ୍ରଜିତ୍‌ ସିଂ କହିଛନ୍ତି ଜୁନ ୨୪ ତାରିଖରେ ସନ୍ଥ କବୀରଙ୍କର ଜୟନ୍ତୀ ପାଳନ କରାଯିବ ଓ ୨୬ ତାରିଖରେ ସାରା ଦେଶରେ ରାଜଭବନ ଆଗରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ସେପଟେ କୃଷକ ଆନ୍ଦୋଳନରେ ଶହ ଶହ ମହିଳା ଯୋଗ ଦେଉଥିବାରୁ ତାଙ୍କୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କୃଷକ ନେତାମାନେ କହିଛନ୍ତି ।

Leave A Reply

Your email address will not be published.

twenty − 5 =