ବେଆଇନ ମୃଦୁ ପାନୀୟ ଫ୍ୟାକ୍ଟ୍ରି ଜବତ

0

ଗଞ୍ଜାମ: ବେଧଡକ ଚାଲିଥିଲା ବେଆଇନ ମୃଦୁ ପାନୀୟ ଫ୍ୟାକ୍ଟ୍ରି । ଖବର ପାଇ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ । ପାଟପୁର ଥାନା ଖଣ୍ଡଦେଉଳି ଗ୍ରାମର ଏକ ଘରେ ଚାଲିଥିଲା ଏହି ଫ୍ୟାକ୍ଟ୍ରି । ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିଲା ବିଭିନ୍ନ ନକଲି ବ୍ରାଣ୍ଡର ପାଣି ମୃଦୁ ପାନୀୟ କୁର କୁର । ପୁଲିସ ଚଢ଼ାଉ କରି ପ୍ୟାକିଙ୍ଗ ମେସିନ ସହ କେମିକାଲ ଓ ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି । ସେଠାରୁ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ ହୋଇଛି । ଏ ନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୁଲିସ ଗିରଫ କରିଛି । ଆଶିଷ ନାଁରେ ଥାନାରେ କେସ୍‌ ନଂ ୧୯୦/୨୧ ରେଜିଷ୍ଟର କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ମୃଦୁ ପାନୀୟକୁ ଫୁଡ୍‌ ସେଫଟୀ ବିଭାଗକୁ ପଠାଯାଇଛି । ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମୀଦାମୀ ଲେଭଲ ବ୍ରହ୍ମପୁର ଆଣୁ ଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.