କଣ୍ ପାଇଁ ହଠାତ୍ ଡାଉନ୍ ହୋଇଗଲା ଫେସବୁକ୍, ହ୍ୱାଟସ୍‌ଆପ୍ ଏବଂ ଇନଷ୍ଟାଗ୍ରାମ୍

0

ନୂଆଦିଲ୍ଲୀ: ପ୍ରାୟ ଛଅ ଘଣ୍ଟା ଧରି ବ୍ୟାହତ ପରେ ପୁଣି ଆରମ୍ଭ ହୋଇଛି ଫେସବୁକ୍‌, ହ୍ୱାଟସ୍‌ଆପ୍ ଏବଂ ଇନଷ୍ଟାଗ୍ରାମ୍ । ଉପଭୋକ୍ତାମାନେ ଏହି ତିନୋଟି ସୋସିଆଲ୍ ପ୍ଲାଟଫର୍ମ ସେବା ପୁଣି ସଂଯୋଗ ପାଇଛନ୍ତି । ସୋମବାର ଭାରତ ସମେତ ସାରା ବିଶ୍ୱରେ ରାତି ପ୍ରାୟ ୯.୧୫ ବେଳଠୁ ସର୍ଭର ହଠାତ୍ ଡାଉନ୍ ହୋଇଯାଇଥିଲା ।

ତେବେ ରାତି ରାତି ପ୍ରାୟ ୪ ଟା ୩୦ରେ ଫେସବୁକ୍ ଟ୍ୱିଟ୍ କରି ସେବାଗୁଡିକ ପୁନଃସ୍ଥାପିତ ହୋଇଥିବା ସୂଚନା ଦିଆଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ଅଚାନକ୍ ଡାଉନ୍ ପରେ ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ । କିଛି ଲୋକ ଏହାକୁ ସାଇବର ଆକ୍ରମଣ ବୋଲି କହିଥିବା ବେଳେ କେହି କେହି ଏହା DNS ପ୍ରସଙ୍ଗ ବୋଲି କହିଛନ୍ତି। ଅନ୍ୟପଟେ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି ଫେସଵୁକ୍ ।

Leave A Reply

Your email address will not be published.

3 × 5 =