ଫେସ୍‌ବୁକ, ଗୁଗଲକୁ ଷ୍ଟାଣ୍ଡିଂ କମିଟିର ଚେତାବନୀ

0

ନୂଆଦିଲ୍ଲୀ : ଭାରତରେ ବ୍ୟବସାୟ କରିବାକୁ ହେଲେ ଭାରତର ନୀତି ନିୟମ ମାନିବାକୁ ପଡିବ ବୋଲି ସଂସଦୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ଫେସବୁକ ଓ ଗୁଗୁଲ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଉପଭୋକ୍ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଦୃଷ୍ଟି ଦେବାକୁ ମଧ୍ୟ ସେମାନଙ୍କୁ କୁହାଯାଇଛି କୌଣସି ବ୍ୟକ୍ତି ଯେପରି ଏହି ପ୍ଲାଟଫର୍ମର ଅପବ୍ୟବହାର ନ କରନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ଫେସବୁକ ପକ୍ଷରୁ ଶିବନାଥ ଠକରାଲ, ନମ୍ରତା ସିଂହ ଓ ଗୁଗୁଲ ପକ୍ଷରୁ ଅମନ ଜୈନ, ଗୀତାଞ୍ଜଳି ଡୁଗଲ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର ହୋଇଥିଲେ ।

Leave A Reply

Your email address will not be published.

1 × 2 =