୭୦% ସିଲାବସରୁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର : ଅଫଲାଇନ୍‌ରେ ହେବ ମାଟ୍ରିକ୍‌ ପରୀକ୍ଷା । ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ନମ୍ବରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା ଲାଗି ଜୁଲାଇ ୫ରୁ ୧୪ ମଧ୍ୟରେ ଫର୍ମ ପୂରଣ ହେବ । ୭୦% ସିଲାବସରୁ ହେବ ମାଟ୍ରିକ ପରୀକ୍ଷା । ବାଦ ପଡ଼ିବ ୩୦ ପ୍ରତିଶତ ସିଲାବସ୍‌ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । କୋଭିଡ୍‌ ନିୟମ କଟକଣାରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । ପରୀକ୍ଷାର ୧୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି ତିଆରି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା କରାଯିବ । ଜୁଲାଇ ପରୀକ୍ଷା ଫଳ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଅନ୍ୟପଟେ ଜୁଲାଇ ୩୦ରେ ଅଫଲାଇନରେ ମାଟ୍ରିକ୍‌ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ।
ସେହିପରି ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ଜୁଲାଇ ୩୧ ତାରିଖରେ ଦ୍ୱିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍‌ ଅଧିକ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.

three × 1 =