ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

0

ନୂଆଦିଲ୍ଲୀ : ଭାରତ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ୧୭ ଜଣିଆ ଦଳ ଘୋଷଣା କରିଛି । ଦଳରେ ଅଧିନାୟକ ଜୋ ରୁଟ ଓ ବେନ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । କୋଚ ଭାବେ ସିଲଭରଉଡ ଦଳରେ ଯୋଗ ଦେବେ । ଏଥିସହ ଦଳକୁ ଜୋସ୍‌ ବଟଲର, ଜୋନି ବେୟାରଷ୍ଟୋ ଓ ସାମ କୁରନ ଫେରିଛନ୍ତି । ଏହି ସବୁ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚର ଟେଷ୍ଟ ସିରିଜରେ ସାମିଲ ନଥିଲେ । ହେଲେ ଆହତଜନିତ ସମସ୍ୟା କାରଣରୁ ଜୋଫ୍ରା ଆର୍ଚ଼ର ଓ କ୍ରିସ ଓକ୍ସ୍ସଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ଏହି ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଅଗଷ୍ଟ ୪ରୁ ସେପ୍ଟେମ୍ବର ୧୦ ଯାଏଁ ଖେଳାଯିବ । ଇଂଲଣ୍ଡ ଦଳ
ଜୋ ରୁଟ(ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋନି ବେୟାରଷ୍ଟୋ, ଡମ ବେସ୍‌, ଷ୍ଟୁଆର୍ଟ ବ୍ରଡ, ରୋରି ବର୍ଣ୍ଣ୍ସ, ଜୋସ୍‌ ବଟଲର, ଜ୍ୟାକ କ୍ରାଉଲି, ସାମ କରନ, ହସିବ ହାମିଦ, ଡାନ ଲରେନ୍ସ, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନଷ୍ଟନ, ଡମ ସିବଲେ, ବେନ ଷ୍ଟୋକ୍ସ ଓ ମାର୍କ ଉଡ ।

Leave A Reply

Your email address will not be published.