ଅଜଗର ଅଣ୍ଡାରୁ ଫୁଟିଲେ ୨୭ ଛୁଆ

0

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଅଜଗର ଅଣ୍ଡାରୁ ଛୁଆ ବାହାରିଛନ୍ତି ଏବଂ ସମସ୍ତ ଛୁଆ ସୁସ୍ଥ ଅଛନ୍ତି । ସେଗୁଡ଼ିକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯିବ ବୋଲି ବନବିଭାଗ ପ୍ରକାଶ କରିଛି । ଖୋର୍ଦ୍ଧା ଉପକଣ୍ଠ ନିଆଳ ଜଙ୍ଗଲରେ ଏକ ଅଜଗର ତା’ର ଅଣ୍ଡାଗୁଡ଼ିକୁ ଜଗି ରହିଥିଲା । ମେ’ ୫ ତାରିଖରେ ଏହି ଘଟଣା ସ୍ଥାନୀୟ ଗ୍ରାମବାସୀଙ୍କ ନଜରକୁ ଆସିବା ପରେ ସ୍ନେକ ହେଲ୍ପଲାଇନ ଓ ବନବିଭାଗ ପକ୍ଷରୁ ସମସ୍ତ ଅଣ୍ଡା ଓ ସାପକୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ପରେ ହଳଦିଆ ରେଞ୍ଜ ପକ୍ଷରୁ ଅଣ୍ଡାଗୁଡ଼ିକ ନିଆଯାଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଥିଲା । ୩୦ ଅଣ୍ଡାରୁ ୩ଟି ନଷ୍ଟ ହୋଇଯାଇଥିବା ବେଳେ ବାକି ୨୭ ଅଣ୍ଡାରୁ ଛୁଆ ବାହାରିଛନ୍ତି । ତେବେ ସାପ ଅଣ୍ଡାକୁ ସୁରକ୍ଷା ଦେଇ ଛୁଆ ବାହାର କରିବା ଘଟଣା ରାଜ୍ୟରେ ପ୍ରଥମ ବୋଲି ସ୍ନେକ ହେଲ୍ପଲାଇନ୍‌ର ଶୁଭେନ୍ଦୁ ମଲ୍ଲିିକ କହିଛନ୍ତି । ସେହିପରି ସାପକୁ ସୁରକ୍ଷା ଦେଇଥିବା ନିଆଳ ଗ୍ରାମବାସୀଙ୍କର ଏହା ଏକ ସ୍ମରଣୀୟ ସଫଳତା । ଏହା ଫଳରେ ସରୀସୃପ ପ୍ରତି ଲୋକଙ୍କ ଆଦର ବଢିବ ବୋଲି ମତ ପ୍ରକାଶପାଇଛି ।

Leave A Reply

Your email address will not be published.

4 × one =