ଭୂକମ୍ପ ରେ ଥରିଲା ରାଜସ୍ଥାନ

0

ନୂଆଦିଲ୍ଲୀ: ଗତ କିଛି ଘଣ୍ଟା ମଧ୍ୟରେ ଦେଶର ଦୁଇଟି ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ତେବେ, ବିକାନେରରେ ୫.୩ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ଯେ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ରେ କମ୍ପନ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ ତୀବ୍ରତା ରେକର୍ଡ କରାଯାଇଛି । ନ୍ୟାସନାଲ ସେସ୍ମୋଲୋଜିର ସୂଚନା ଅନୁସାରେ ସକାଳ ପାଖାପାଖି ୫ଟା ୨୪ରେ ଭୂକମ୍ପ ଅନୁଭୂତ ହୋଇଥିଲା ।
ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ନାହିଁ ।
ଏହା ସହିତ ଲଦାଖରେ ସକାଳ ୪ଟା ରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ନ୍ୟାସନାଲ ସେସ୍ମୋଲୋଜି ସୂଚନା ଅନୁସାରେ ଏହା ପୂର୍ବରୁ ରାତି ୨ଟା ୧୦ରେ ମେଘାଳୟର ପଶ୍ଚିମ ଗାରୋ ହିଲସରେ ୪.୧ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ପ୍ରାୟ କିଛି ଦିନ ହେବ ଲଗାତାର ଭାବରେ ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

Leave A Reply

Your email address will not be published.

9 − 2 =