ମଣିପୁରରେ ୫.୫ ତୀବ୍ରତାର ଭୂମିକମ୍ପ

0

ଆଜି ସଂଧ୍ୟାରେ ଦେଶର କେତେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂମିକମ୍ପ ସଂଧ୍ୟା ୮ଟା ୧୨ ମିନିଟ ସମୟରେ ହୋଇଥିଲା । ମଣିପୁରର ମଇନାଗଠାରୁ ୧୫ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ଥିଲା । ଏହି ଭୂମିକମ୍ପର ପ୍ରଭାବ ଗୁଆହାଟୀ ଓ ଆସାମର ଆଉ କେତେକ ସ୍ଥାନର ମଧ୍ୟ ଅନୁଭୂତ ହୋଇଥିଲା । ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଭୂମିକମ୍ପ ଦ୍ବାରା କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।

Leave A Reply

Your email address will not be published.