ଏଥର କୋଭିଡ କଟକଣା ମଧ୍ୟରେ ହେବ ଦୁର୍ଗାପୂଜା

0

କୋଲକାତା: ପଶ୍ଚିମବଙ୍ଗରେର ଏଥର ଦୁର୍ଗାପୂଜାର କଡା କଡି ନିୟମ ରହିବ । ପେଣ୍ଡାମିକ୍‌ ସ୍ଥିତିର ନିୟମ ଅନୁଯାୟୀ ପୂଜାକୁ ପୁଣି ସଂଗଠିତ କରାଯାଉଛି । ଏହି ବିଷୟରେ ସଂପୂର୍ଣ୍ଣ ଭାବେ ଆଲୋଚନା ପାଇଁ ଫୋରମ ଫର୍‌ ଦୂର୍ଗୋତ୍ସବ ବୈଠକ ବସିଥିଲା । ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସଂଗଠନର ସାଧାରଣ ସମ୍ପାଦକ ଶାଶ୍ୱତ ବସୁ କହିଛନ୍ତି । ଗତ ବର୍ଷଠୁ ଏବର୍ଷ କୋଭିଡ ଦୁର୍ବଳ ରହିଛି । ବଙ୍ଗୀୟମାନଙ୍କ ସର୍ବୋତ୍ତମ ପର୍ବ ଦୁଗୋତ୍ସବ ଖୋଲା ପେଣ୍ଡାଲରେ ପୂଜା ଅନୁଷ୍ଠିତ ହୋଇଥିଲା । ଶ୍ରୀ ବସୁ କହିଛନ୍ତି ଯେ ପୁନର୍ବାର ସେହିଭଳି ପରିଚାଳନା କରାଯିବ । ଏଥର କେବଳ ଏକ ସମୟରେ ୧୫ରୁ ୨୫ ଜଣ ଲୋକ ମଣ୍ଡପରେ ପ୍ରବେଶ କରିପାରିବେ । କୋଭିଡ ଗାଇଡଲାଇନ ନିୟମ ଅନୁଯାୟୀ ଅଞ୍ଜଳି ସଂଗଠିତ ହେବ ଓ ଦର୍ଶନ କରିବେ । ପେଣ୍ଡାଲର ଉଚ୍ଚତା ବୃଦ୍ଧି ପାଇବ । କ୍ଲବର ୧୦ରୁ ୧୫ ଜଣ ସଦସ୍ୟ ଏକ ସମୟରେ ମଣ୍ଡପ ଭିତରେ ରହିପାରିବେ । ଏଥିସହ ମଣ୍ଡପ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରାଯିବ । ଏଥର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥର ମଧ୍ୟ କୋଭିଡ ନିୟମ ଅନୁଯାୟୀ ପୂଜା କରାଯିବ । ତଥାପି, ସୁରକ୍ଷା ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.

2 × two =