ଭୁବନେଶ୍ୱରରେ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା

0

ଭୁବନେଶ୍ୱରରେ ଚଳିତ ବର୍ଷ ଆୟୋଜିତ ହେବ ଆଡମ୍ବରଶୂନ୍ୟ ଦୁର୍ଗା ପୂଜା । ବିଭିନ୍ନ ପୂଜା କମିଟି ସହ ପୁଲିସ୍‌ କମିଶନରଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାଣନ୍ତୁ, ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ପୂଜା ଆୟୋଜନ ନିମନ୍ତେ କ’ଣ ରହିଛି ନିୟମ।

  • ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି।
  • ମାଇକ ମଧ୍ୟ ବାଜିବନି।
  • କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ।
  • ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ।
  • ଘର ଘର ବୁଲି ଚାନ୍ଦା କରାଯିବନି।
  • ସ୍ୱଇଚ୍ଛାରେ ଯିଏ ଯାହା ଦେବ। ଲୋକ ମଣ୍ଡପକୁ ନଆସି, ଘରେ ରହି ପୂଜା ପାଳନ କରିବେ।
  • ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ।
  • ରାବଣ ପୋଡ଼ି କି ଭସାଣ ଉତ୍ସବ କରାଯିବ ନାହିଁ।
  • କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.

5 × 1 =