ଧରାପଡ଼ିଲେ ନକଲି ଲେଡି ଆଇପିଏସ ଅଫିସର

0

ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ ଜଣେ ମହିଳା ପୁଲିସ ହାତରେ ଧରାପଡ଼ିଛନ୍ତି । ନକଲି ଆଇପିଏସର ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ରାଉରକେଲା ପୁଲିସ ତାଙ୍କୁ ଗିରଫ କରିଛି ।ଘଟଣା ମୁତାବକ ଶର୍ମିଷ୍ଠା ବେହେରା ନାମକ ଜଣେ ମହିଳା ବାସନ୍ତୀ କଲୋନୀ ନିକଟରେ ଥିବା ଏକ ବାଇକ ସୋ ରୁମରେ ନକଲି ଆଇପିଏସ ପରିଚୟ ପତ୍ର ଦେଇ ଡିଲରଙ୍କ ଠାରୁ ବୁଲେଟ ମୋଟର ସାଇକେଲ ନେଇଥିଲେ । ଏହାପରେ ସେ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସମ୍ପୃକ୍ତ ଡିଲରଙ୍କୁ ଦାବି କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।ପୂର୍ବରୁ ସମ୍ପୃକ୍ତ ମହିଳା ଭୁବନେଶ୍ୱରରେ ମଧ୍ୟ ନିଜକୁ ଆଇପିଏସ ଅଫିସରର ପରିଚୟ ଦେଇ କମିଶନରେଟ ପୁଲିସର ବିଭିନ୍ନ ଥାନାରୁ ସୁବିଧା ହାସଲ କରିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ । ତାଙ୍କ ପାଖରୁ ସେତେବେଳେ ନକଲି ୟୁନିଫର୍ମ ଏବଂ ପରିଚୟ ପତ୍ର ଜବତ ହୋଇଥିଲା । କମିଶନରେଟ ପୁଲିସ ନୋଟିସ ଦେଇ ତାଙ୍କୁ ଛାଡ଼ିଥିଲା । ପୁଣିଥରେ ଏବେ ସମାନ ଠକାମୀ କରି ରାଉରକେଲା ଉଦିତନଗର ପୋଲିସ ହାତରେ ଧରାପଡିଛନ୍ତି ଏହି ନକଲି ଆଇପିଏସ ଅଫିସର । ରାଉରକେଲାରେ ଏହି ମହିଳା ଆଉ କୋଉଁ ଠକାମୀରେ ସାମିଲ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.

1 × five =