ଜାମ୍ମୁ ଆକାଶରେ ପୁଣି ୩ଟି ଡ୍ରୋନ

0

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀର ଆକାଶରେ ପୁଣି ୩ଟି ଡ୍ରୋନ ବାୟୁସେନା ଘାଟି ଉପରେ ଉଡୁଥିବା ଲକ୍ଷ୍ୟ କରାଯାଇଛି । ପୁଲିସ ନିକଟରୁ ଏ ସମ୍ପର୍କରେ ସୂଚନା ପାଇବାପରେ ସେନା ପକ୍ଷରୁ ସେଠାରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିଲା । ତେବେ ଏ ପ୍ରସଙ୍ଗରେ ସେନା ପକ୍ଷରୁ କୌଣସି ବିବୃତି ପ୍ରଦାନ ପ୍ରକାଶ କରାଯାଇନାହିଁ । ଜମ୍ମୁ ଆକାଶରେ ଦୁଇଟି ଡ୍ରୋନକୁ ଠାବ କରାଯିବାପରେ ଯବାନଙ୍କ ତରଫରୁ ସେଗୁଡିକ ଉପରେ ଗୁଳିଚାଳନା କରାଯାଇଥିଲା । ତେବେ ଡ୍ରୋନଗୁଡିକ ଆକ୍ରମଣରୁ ବର୍ତ୍ତିଯାଇଥିଲା । ଆନ୍ତର୍ଜାତିକ ସୀମାରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟ ଉପକରଣ ଯୋଗାଇଦେବାକୁ ପାକିସ୍ତାନ ପଟୁ ଡ୍ରୋନ୍‌ ବିମାନର ସହାୟତା ନିଆଯାଉଥିଲା । ତେବେ ଭାରତରେ ପ୍ରଥମ ଥର ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ ଘଟଣା ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.

1 × five =