ଡ୍ରୋନ ଉପରେ ଲାଗିଲା ପ୍ରତିବନ୍ଧକ

0

ଶ୍ରୀନଗର : ଶ୍ରୀନଗରରେ ଡ୍ରୋନ ଓ ଉଡୁଥିବା ଅନ୍ୟବସ୍ତୁ ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇଛନ୍ତି । ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ନିକଟରେ ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଡ୍ରୋନ ହମଲା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ଉଡୁଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଦେଶ ଅନୁଯାୟୀ, କୌଣସି ପ୍ରକାର ଡ୍ରୋନ କିମ୍ବା ଉଡୁଥବା ଅନ୍ୟବସ୍ତୁ ଉପରେ ପ୍ରତିବନ୍ଧିତ ହେବ । ପ୍ରଶାସନ କହିଛି ଯେ, ଯାହା ପାଖରେ ଡିଭାଇସ ଅଛି ତାକୁ ନିକଟସ୍ଥ ଥାନାରେ ଜମା କରିଦିଅନ୍ତୁ । ଶ୍ରୀନଗର ଜିଲ୍ଲା ଅଧିକାରୀ ମହମ୍ମଦ ଏଜାଜ ନିଜ ଆଦେଶରେ କହିଛନ୍ତି ଯେ ଏସଏସପିଙ୍କ ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଡ୍ରୋନ ରଖିବା, ବିକ୍ରି କରିବା, ଜମା କରିବା, ବ୍ୟବହାର କରିବା କିମ୍ବା ଟ୍ରାନ୍ସପୋର୍ଟ କରିବା ପ୍ରତିବନ୍ଧିତ । ଯେଉଁ ସରକାରୀ ବିଭାଗ ଡ୍ରୋନ ବ୍ୟବହାର କରନ୍ତି, ସେମାନଙ୍କୁ ବ୍ୟବହାର ପୂର୍ବରୁ ସ୍ଥାନୀୟ ଥାନାରେ ସୂଚନା ଦେବାକୁ ହେବ ।

Leave A Reply

Your email address will not be published.

twelve + thirteen =