ଭାରତ ଇସ୍ରାଏଲ ଜ୍ଞାନକୌଶଳର ଆପଣାଇବ!

0

ନୂଆଦିଲ୍ଲୀ : ଭାରତ ଖୁବଶୀଘ୍ର ଇସ୍ରାଏଲରୁ ଆଣ୍ଟି-ଡ୍‌ରୋନ୍‌ ସିଷ୍ଟମ ଆଣିବ ବୋଲି କୁହାଯାଉଛି । ଏହାମଧ୍ୟରେ ଭାରତୀୟ ଯବାନମାନେ ଇସ୍ରାଏଲ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ଡ୍‌ରୋନ ସ୍ମାଶ ୨୦୦୦ ପ୍ଲସ୍‌ ସିଷ୍ଟମର ଉପଯୋଗ ନେଇ ଅଭ୍ୟାସ କରିସାରିଛନ୍ତି । ସମ୍ବେଦନଶୀଳ ନିୟନ୍ତ୍ରଣ ରେଖା ନିକଟରେ ପାଖାପାଖି ୩ ଶହରୁ ଉଦ୍ଧ୍ୱର୍ ଡ୍ରୋନ ଓ ଅଜଣା ଉଡ଼ନ୍ତା ସାମଗ୍ରୀ ଠାବ କରାଯାଇସାରିଛି । ସୂଚନାଯୋଗ୍ୟ ଯେ ଇସ୍ରାଏଲ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି-ଡ୍‌ରୋନ୍‌ ସ୍ମାଶ୍‌ ୨୦୦୦ ପ୍ଲସ ସିଷ୍ଟମକୁ ରାଇଫଲ୍‌ରେ ଫିଟ୍‌ କରି ଉପରେ ଉଡ଼ୁଥିବା ଡ୍ରୋନ କିମ୍ବା ଅନ୍ୟାନ୍ୟ ସାମଗ୍ରୀକୁ ଟାର୍ଗେଟ କରାଯାଇପାରିବ । ଖୁବଶୀଘ୍ର ଭାରତୀୟ ସ୍ଥଳସେନା ଓ ବାୟୁସେନା ମଧ୍ୟ ଏହାର ଉପଯୋଗ ଆରମ୍ଭ କରିବାର ସମ୍ଭାବନା ରହିଛି । ବିଶେଷକରି ଡ୍ରୋନଗୁଡିକ ରାଡାର୍‌ ମାଧ୍ୟମରେ ଠାବ କରିବା କଷ୍ଟକର ବ୍ୟାପାର ହୋଇଥିବାରୁ ଖୁବଶୀଘ୍ର ବାୟୁସେନା ଇସ୍ରାଏଲ ଜ୍ଞାନକୌଶଳର ଉପଯୋଗ କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.

four × 1 =