୬୦୦ ଅରବ ଡଲାର୍‌ ପାରକଲା ବିଦେଶୀ ମୁଦ୍ରାଭଣ୍ଡାର

0

ଦେଶର ବିଦେଶୀ ମୁଦ୍ରାଭଣ୍ଡାର ଅର୍ଥାତ୍‌ ଫେରେକ୍ସ ୬୦୦ ଅରବ ଡଲାର୍‌ ପାର୍‌ କରିଛି । ୪ଜୁନ୍‌କୁ ସମାପ୍ତ ହେଉଥିବା ସପ୍ତାହରେ ଏହା ୬୦୫ ଡଲାର୍‌ ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ସୂଚନା ଦେଇଛି । ଯାହା ଗତ ୨୮ ମେ’ରେ ୫୯୮ ଅରବ ଡଲାର ଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଦେଶର ବିଦେଶୀ ମୁଦ୍ରାଭଣ୍ଡାରରେ ୬.୮୪ ଅରବ ଡଲାର ବୃଦ୍ଧି ଘଟିଛି । ବିଦେଶୀ ମୁଦ୍ରାଭଣ୍ଡାର ବୃଦ୍ଧି ଅର୍ଥ ଦେଶର ଆର୍ଥିକ ସ୍ଥିତି ସୁଦୃଢ ହେଉଛି । ଫୋରେକ୍ସରେ କ୍ରମାଗତ ଭାବେ ବୃଦ୍ଧି ଜାରିରହିଲେ ଭାରତ ଖୁବ୍‌ଶୀଘ୍ର ବିଶ୍ୱର ଟପ୍‌ ୩ ଦେଶ ମଧ୍ୟରେ ସାମିଲ୍‌ ହୋଇପାରିବ ଆଇଆଇଏଫଏଲ୍‌ ସିକ୍ୟୁରିଟିଜ୍‌ର ଅନୁଜ ଗୁପ୍ତା କହିଛନ୍ତି ।

Leave A Reply

Your email address will not be published.

sixteen − fourteen =