ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

0

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ହରିୟାନାର ମେଦାନ୍ତ ହସପିଟାଲ ଭର୍ତ୍ତି ହୋଇଛନ୍ତି। ୫୧ ବର୍ଷୀୟ ଧର୍ମେନ୍ଦ୍ର ଦ୍ୱିତୀୟ କେନ୍ଦ୍ରମନ୍ତ୍ରୀଭାବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଧର୍ମେନ୍ଦ୍ରଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗତ ରବିବାର ୟୁପିର ବୈଷୟିକ ଶିକ୍ଷାମନ୍ତ୍ରୀ କମଲ ରାନୀ ଭରୁଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ୟୁପିର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍, ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ପି.ଥାନ ଗମାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Leave A Reply

Your email address will not be published.