ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୭ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣକ ରିଆସୁଛି । ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳିକ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତିଧର୍ମେନ୍ଦ୍ର ପ୍ରଧାନ ।ମହାକାଶ କ୍ଷେତ୍ରରେ ମୋଦି ସରକାରଙ୍କ ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ମାର୍ଗରେbଆଗକୁ ବଢୁଛନ୍ତି । ଭାରତ’ର ମହାକାଶ କ୍ଷେତ୍ରରେ ଉଦାରୀକରଣ ଅପାର ସମ୍ଭାବନାର ସମ୍ଭାର ଆଣିବା ସହ ଦେଶର ବିକାଶରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବଡ଼ ଭୂମିକା ଗ୍ରହଣ କରିବ ।ଶ୍ରୀ ପ୍ରଧାନ କହିଛନ୍ତି ନୂଆ ମହାକାଶ ବୋର୍ଡ ଇଣ୍ଡିଆନ ନ୍ୟାସନାଲ ସ୍ପେଶ୍ ପ୍ରମୋଶନ ଆଣ୍ଡ୍ଅ ଥୋରାଇଜେସନ(ଆଇଏନ୍-ସ୍ପେଶ)ର ପ୍ରତିଷ୍ଠା ମହାକାଶ ବିଶେଷ ଭାବରେ ମହାକାଶ ପ୍ରଯୁକ୍ତିବିଦ୍ୟାରନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ନବସୃଜନ, ଅଭିବୃଦ୍ଧି ଏବଂ ଭାରତକୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରିବ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ୍ (ଏନଏସଆଇଏଲ) ମହାକାଶ ସମ୍ବନ୍ଧୀୟbକାର୍ଯ୍ୟକ୍ରମକୁ ନୂଆ ଦିଗଦର୍ଶନ ଦେବ ଏବଂ ଆମ ମହାକାଶ ଆସେଟର ସର୍ବୋତ୍ତମ ବ୍ୟବହାରକୁ ସ୍ଥାୟୀ କରିପାରିବ । ଷ୍ଟ୍ରାଟଅପକୁ ସହଯୋଗ କରାଯିବା ବେସରକାରୀ ଉଦ୍ୟୋଗୀଙ୍କ ପାଇଁ ନୂଆ ସ୍ତର ତିଆରି କରିବ ଏବଂ ଏହା ମହାକାଶ ଆସେଟରେ ସାମାଜିକ-ଅର୍ଥନୈତିକର ବ୍ୟବହାରକୁ ପ୍ରୋତ୍ସାହନ ଦେବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘକାଳୀନ ଦୂରଦୃଷ୍ଟି ଭାରତକୁ ମହାକାଶ କାର୍ଯ୍ୟକ୍ରମରେ ନୂଆପର୍ଯ୍ୟାୟରେ ପହଞ୍ଚାଇବ ଓ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ବିଶ୍ୱ ମହାକାଶ ଅର୍ଥନୀତିରେ ପ୍ରମୁଖ ଭୂମିକାରେ ଛିଡା କରାଇବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।