ଇସ୍ପାତ୍ ବ୍ୟବହାରକୁ ବଢାଇବା ପାଇଁ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ

0

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି, ଗରିବଙ୍କ ଜୈବନଶୈଳି, ପରିବେଶ ସୁରକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ବଡ ପୁଞ୍ଜିନିବେଶ କରୁଛି । ଯାହା ଦ୍ୱାରା ଦେଶରେ ଇସ୍ପାତ୍‌ର ବ୍ୟବହାର ବଢିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶର ନିର୍ମାଣ କ୍ଷେତ୍ରରେ ଇସ୍ପାତ ଉତ୍ପାଦନକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।ଏହି ୱେବିନାରରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଯୋଗଦେଇ ଦେଶ ବିଶେଷ ଭାବରେ ଗ୍ରାମାଂଚଳରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଅନେକ ସୁଯୋଗ ରହିଛି । ଇସ୍ପାତର ବ୍ୟବହାର ଗ୍ରାମାଂଚଳରେ ଜାତୀୟ ହାରାହାରି ତୁଳନାରେ ଏକ ତୃତୀୟାଂଶ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.