ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ଼ଦାଣ୍ଡରୁ ଫେରୁଛି ଭକ୍ତ; ୧୦ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

0

ପଡ଼ୋଶୀ ଛତିଶଗଡରୁ ଆସିଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ହେବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । କେବଳ ଏହି ଭକ୍ତ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଶହଶହ ଭକ୍ତ । ୧୦ରୁ ଅଧିକ ପର୍ଯ୍ୟଟକଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସହରରେ ଟେଷ୍ଟିଂ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଗକୁ ଦର୍ଶନ ବ୍ୟବସ୍ଥାରେ କିଛିଟା କୋହଳ ନୀତି ଅବଲମ୍ବନ କରାଯାଇପାରେ ବୋଲି କହିଛନ୍ତି ପୁରୀ ଉପ-ଜିଲ୍ଲାପାଳ ।
ସର୍ବସାଧାରଣ ଦର୍ଶନର ତୃତୀୟ ଦିନରେ ଶ୍ରୀମନ୍ଦିରରେ ବିଶେଷ ଭକ୍ତ ସମାଗମ ନାହିଁ । ଘରୋଇ ମେଡିକାଲ ଏବଂ ସରକାରୀ ମେଡିକାଲରେ ପର୍ଯ୍ୟଟକଙ୍କ ପାଇଁ କୋଭିଡ ପରୀକ୍ଷା ଉପରେ କଟକଣା ଲାଗିବା ପରେ ଏବେ ଠାକୁର ଦର୍ଶନ ସମ୍ଭବ ହୋଇପାରୁନାହିଁ। ବି‌ଶେଷ କରି ଦୂରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇଛି।

Leave A Reply

Your email address will not be published.