ବିଶ୍ୱରେ ଖେଳିଯିବ କରୋନାର ଡେଲଟା ଭାରିଆଣ୍ଟ: ଡବ୍ଲ୍ୟୁଏଚଓ

0

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି ଯେ ଏକ ଅନୁମାନ ମୁତାବିକ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ମାମଲା ଏବେ ୯୬ରୁ ଅଧିକ ଦେଶରେ ଦେଖିବାକୁ ମିଳିସାରିଛି । ଆଗାମୀ ମାସରେ ଏହା ଅତ୍ୟଧିକ ସଂକ୍ରମକ ହୋଇପଡ଼ିବ । ଯାହା ଦ୍ୱାରା ସାରା ବିଶ୍ୱରେ କୋରନା ସ୍ଥିତି ଗମ୍ଭୀର ହୋଇପଡ଼ିବା ବୋଲି ଅନୁମାନ କରାଯାଉଛି । କୋଭିଡ-୧୯ ସମ୍ୱନ୍ଧୀୟ ଏପିଡେମିୟୋ ଲୋଜିକାଲ ଅପଡେଟର ଅଧ୍ୟୟନକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଏଚଓ କହିଛି ଯେ, ଜୁନ ସୁଦ୍ଧା ୯୬ଟି ଦେଶରେ ଏହି ମାମଲା ସାମ୍ନାକୁ ଆସିଛି ଓ ଏହା ଅଧିକ ଦେଶରେ ବ୍ୟାପାଥାଇ ପାରେ । ଏହି ଦେଶମାନଙ୍କୁ ମଧ୍ୟରୁ ଅଧିକାଂଶ ଦେଶ କହିଛନ୍ତି ଯେ, ଡେଲଟା ଭାରିଆଣ୍ଟ୍‌ କାରଣରୁ ସେମାନଙ୍କ ଦେଶରେ କରୋନା ମାମଲା ବୃଦ୍ଧି ପାଇବାର ଲାଗିଛି । ଡାକ୍ତରଖାନାରେ ଅଧିକ ରୋଗୀ ଭର୍ତ୍ତି ହେଉଥିବା କାରଣରୁ ବେଡ୍‌ର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ଏହି ଭାରିଆଣ୍ଟ ଖୁବଶିଘ୍ର ବ୍ୟାପି ଯାଉଥିବାରୁ ଏହା ଅତ୍ୟଧିକ ସଂକ୍ରାମକ ଓ ପ୍ରଭାବଶାଳୀ ହୋଇପାରେ ବୋଲି ଡବ୍ଲ୍ୟୁଏଚଓ କହିଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ଏହାର ପ୍ରଭାବ ସାରା ବିଶ୍ୱରେ ପରିଲିକ୍ଷିତ ହେବ ବୋଲି ଡବ୍ଲ୍ୟୁଏଚଓ ଅନୁମାନ କରିଛି ।

Leave A Reply

Your email address will not be published.

10 + 4 =