ଡେଲଟା ପ୍ଲସ୍‌ ଭାରିଏଣ୍ଟ ସଂକ୍ରମଣ ରୋକିବାକୁ କଡ଼ାକଡ଼ି ହେବ କଟକଣା

0

କରୋନାର ଦ୍ୱିତୀୟ ଲହର ପ୍ରକୋପ କମିଛି କି ନାହିଁ ଡେଲଟା ପ୍ଲସ ଭାରିଏଣ୍ଟ ଭୟ ବଢ଼ାଇଲାଣି । ମହାରାଷ୍ଟ୍ର, ଓଡ଼ିଶା ସମେତ ଦେଶର ୮ ରାଜ୍ୟକୁ ବ୍ୟାପିଲାଣି କରୋନାର ଡେଲଟା ପ୍ଲସ ଭାରିଏଣ୍ଟ। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଅନଲକ ପ୍ରକ୍ରିୟା ପରିବର୍ତ୍ତ କଟକଣା ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଲହର ପ୍ରକୋପ କମୁଥିବ ବେଳେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ୫ ସ୍ତରୀୟ ଅନଲକ୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ଏବେ ପୁଣି ଥରେ ରାଜ୍ୟରେ କଟକଣା ବଢ଼ାଇବାକୁ ସରକାର ଯୋଜନା କରୁଥିବା ଜଣାପଡିଛି । ଡେଲଟା ପ୍ଲସ ଭାରିଏଣ୍ଟକୁ ହାଲକାରେ ନେଇ ହେବ ନାହିଁ । କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

fifteen + 5 =