ଆଇବି ଆଲର୍ଟ: ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହୋଇପାରେ ଡ୍ରୋନ ହମଲା

0

ନୂଆଦିଲ୍ଲୀ: ଆଗାମୀ ସ୍ୱାଧିନତା ଦିବସକୁ ଦୃଷ୍ଟିରେ ରଖି ଭାରତର ଗୁଇନ୍ଦା ସଂସ୍ଥା ଦିଲ୍ଲୀ ପୋଲିସକୁ ଆଲର୍ଟ ଜାରି କରିଛି । ଅଗଷ୍ଟ ୧୫ ପୂର୍ବରୁ ରାଜଧାନୀରେ ଡ୍ରୋନ ଆକ୍ରମଣ ହୋଇପାରେ । ଆତଙ୍କବାଦୀ ଏବେ ଦେଶର ରାଜଧାନୀକୁ ଟାର୍ଗେଟ କରୁଥିବା ଜଣାପଡିଛି । ଗୁଇନ୍ଦା ବିଭାଗର ଖବର ଅନୁଯାୟୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଏସ ଦିଲ୍ଲୀ ସହିତ ଦେଶର ମେଟ୍ରୋ ସହର ସମେତ ଅନେକ ସହରରେ ହମଲା କରି ପାରନ୍ତି । ଆତଙ୍କବାଦୀଙ୍କୁ ମାନବ ବୋମା କରି କିମ୍ବା ଟାର୍ଗେଟ୍‌ କିଲିଂ ଜରିଆରେ ଆତଙ୍କ ଘଟଣା ଭିଆଇ ପାରନ୍ତି । ଦେଶର ପ୍ରମୁଖ ଗୁଇନ୍ଦା ବିଭାଗ ଓ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌କୁ ଏହି ତଥ୍ୟ ମିଳିଛି । ସୂଚନା ମିଳିବା ପରେ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଦିଲ୍ଲୀର ଅନେକ ସ୍ଥାନରେ ଅର୍ଦ୍ଧସୈନିକ ଯବାନଙ୍କୁ ମୁତୟନ କରାଯାଇଛି । ଗୁଇନ୍ଦା ତଥ୍ୟ ଅନୁଯାୟୀ, ଆଇଏସଆଇ ଏଥିପାଇଁ ରଣନୀତି ପ୍ରସ୍ତୁତ କରି ସାରିଛି । ଦେଶରେ ସ୍ଲିପର ସେଲ୍‌ ଓ ଗ୍ୟାଙ୍ଗଷ୍ଟାରର ଆତଙ୍କବାଦୀଙ୍କୁ ଘଟଣାରେ ବ୍ୟବହାର କରାଯାଇପାରେ ।

Leave A Reply

Your email address will not be published.

2 + sixteen =