ଦିଲ୍ଲୀରେ କାଉଡ଼ିଆ ଯାତ୍ରାରେ ଲାଗିଲା ରୋକ୍‌

0

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କାଉଡ଼ିଆ ଯାତ୍ରାରେ ଲାଗିଲା ରୋକ । କରୋନାକୁ ନଜରରେ ରଖି ଦିଲ୍ଲୀରେ କାଉଡ଼ିଆ ଯାତ୍ରାର ଆୟୋଜନ କରାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି(ଡିଡିଏମ୍‌ଏ) ଏହାସହ ସମ୍ୱନ୍ଧିତ ଏକ ଔପଚାରିକ ନିର୍ଦ୍ଦେଶ ଜାରି କରିଛି । ନିର୍ଦ୍ଦେଶରେ କୁହାଯାଇଛି କି ୨୫ ଜୁଲାଇରେ ଆରମ୍ଭ ହେବାକୁ ଥିବା କାଉଡିଆ ଯାତ୍ରା ସହ ସମ୍ୱନ୍ଧିତ କୌଣସି ବି ଉତ୍ସବ , ଶୋଭାଯାତ୍ରା ବା ଲୋକ ଗହଳି ଦିଲ୍ଲୀରେ ଆୟୋଜିତ କରିବାକୁ ଅନୁମତି ଦିଆଯିବନାହିଁ ।

Leave A Reply

Your email address will not be published.

2 × four =